ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୂର୍ତ୍ତବିଭାଗ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ଶବରଙ୍କ ବିଭିନ୍ନ ଠିକଣାରେ ଆଜି ଭିଜିଲାନ୍ସର ଚଢାଉ । ଭିଜିଲାନ୍ସର ୬ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର ସହ ବଡ଼ ଟିମ୍ ଏକା ସମୟରେ ୬ଟି ସ୍ଥାନରେ ଚଢାଉ କରି ଜେରା ଚଳାଇଛନ୍ତି । ଭବାନୀପାଟଣା ଭିଜିଲାନ୍ସ ସ୍ପେଶାଲ ଜଜଙ୍କ ଅନୁମତିକ୍ରମେ ଏହି ଚଢାଉ ହୋଇଥିବା ସୂଚନା ମିଳିଛି ।
_ଭୁବନେଶ୍ୱର ଶବରଙ୍କ ଭବାନୀପାଟଣା ଗୋସାଇଁମୁଣ୍ଡା ଅଞ୍ଚଳରେ ଥିବା ଦୁଇ ମହଲା ବିଲ୍ଡିଂ, କୋକସରା ବ୍ଲକ୍ କୁସୁମଖୁଣ୍ଟି ଗ୍ରାମର ପୈତୃକ ଘର, କିଟପଦର ନିକଟରେ ଥିବା ଫାର୍ମ ହାଉସ୍, ଦୁଆରସୁନି ଅଞ୍ଚଳରେ ନିର୍ମାଣାଧୀନ ଘର, ଭବାନୀପାଟଣା ସ୍ଥିତ କାର୍ଯ୍ୟାଳୟ ଓ ପିଡବ୍ଲ୍ୟୁଡି କଲୋନୀରେ ଥିବା ସରକାରୀ ବାସଭବନରେ ଏକକାଳୀନ ଚଢାଉ କରାଯାଇଛି ।
ଭିଜିଲାନ୍ସ ଟିମ୍ ବିଭିନ୍ନ ଦଲିଲପତ୍ର, ବ୍ୟାଙ୍କ ଡକ୍ୟୁମେଣ୍ଟ, ଜମିଜାଗା ସମ୍ବନ୍ଧୀୟ କାଗଜପତ୍ର ଓ ଅନ୍ୟାନ୍ୟ ସମ୍ପତ୍ତିର ତଥ୍ୟ ଜେରା କରୁଛି ।ଜଗନ୍ନାଥ ଫଟୋ ଚିତ୍ରରେ ସୁନା ଓ ରୁପା ସହ ହେକ୍ଟର ହେକ୍ଟର ଜାଗା ଚିହ୍ନଟ ହୋଇଛି। ଆୟଠାରୁ ଅଧିକ ସମ୍ପତ୍ତି ଥିବା ଅଭିଯୋଗରେ ଏହି ଚଢାଉ ଜାରି ରହିଛି।
